OdiaInfo Loading

ଓଡ଼ିଶାରେ ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା। ଆସନ୍ତା ଜାନୁଆରୀ ୨୧ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଏହା ପୂର୍ବରୁ ନଭେମ୍ବର ୩୦ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଏହାପରେ ଭୋଟର ତାଲିକାକୁ ନେଇ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଆସନ୍ତା ଜାନୁଆରୀ ୧୬ ତାରିଖ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ଫଇସଲା କରାଯିବ।

ଏହି ପ୍ରକ୍ରିୟାରେ ଯେଉଁ ଯୋଗ୍ୟ ନାଗରିକଙ୍କ ନାଁ ଭୋଟର ତାଲିକାରେ ସାମିଲ ହୋଇନାହିଁ, ସେମାନେ ଫର୍ମ-୬ ମାଧ୍ୟମରେ ଆବେଦନ କରି ନିଜ ନାଁ ପଞ୍ଜୀକରଣ କରିପାରିବେ। ସେହିପରି ବିଦେଶରେ ରହୁଥିବା ଭାରତୀୟ ନାଗରିକମାନେ ଫର୍ମ-୬ଏ ଜରିଆରେ ଭୋଟର ଭାବେ ପଞ୍ଜୀକରଣ କରିବାର ସୁଯୋଗ ପାଇବେ।

ସୂଚନା ଅନୁସାରେ, ୨୦୨୬ ନଭେମ୍ବର ୮ ତାରିଖ ସୁଦ୍ଧା ଓଡ଼ିଶାରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୯ ଲକ୍ଷ ୧୨ ହଜାର ୬୨୩ ରହିଛି। ଏଥିମଧ୍ୟରେ ୧ କୋଟି ୬୨ ଲକ୍ଷ ୫୧ ହଜାର ୪୪୩ ଜଣ ପୁରୁଷ ଭୋଟର ଥିବାବେଳେ ୧ କୋଟି ୫୬ ଲକ୍ଷ ୫୮ ହଜାର ୪୦୫ ଜଣ ମହିଳା ଭୋଟର ଅଛନ୍ତି। ଏହାବ୍ୟତୀତ ରାଜ୍ୟରେ ତୃତୀୟ ଲିଙ୍ଗର ଭୋଟରଙ୍କ ସଂଖ୍ୟା ୨ ହଜାର ୭୭୫ ରହିଛି।

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପୂର୍ବରୁ ନିଜ ନାଁ ତାଲିକାରେ ରହିଛି କି ନାହିଁ, ତାହା ଯାଞ୍ଚ କରିବା ସହ ଆବଶ୍ୟକ ପଡ଼ିଲେ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଆବେଦନ କରିବାକୁ ଯୋଗ୍ୟ ଭୋଟରଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *