OdiaInfo Loading

ରାଜ୍ୟରେ ଧୁମ୍‌ଧାମ୍‌ରେ ପାଳନ ହେବ ଜନଜାତି ଗୌରବ ଦିବସ! ୧୫ରୁ ୨୨ ନଭେମ୍ବର ଯାଏଁ ଚାଲିବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ବିଜେପି ପାଳିବ ଜନଜାତି ଗୌରବ ଦିବସ । ବିର୍ସା ମୁଣ୍ଡାଙ୍କ ୧୫୧ ତମ ଏବଂ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ପାଳନ ହେବ । ଉଭୟ ଦେଶ ଓ ରାଜ୍ୟରେ ପାଳନ ହେବ । ଦେଶ ସ୍ୱାଧୀନ ହେବାରେ ଯେଉଁ ଜନଜାତି ଜନ ନାୟକମାନଙ୍କ ଅବଦାନ ଅଧିକ ରହିଛି ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତି ଗୌରବ ଦିବସ ପାଳନ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ୧୫ ନଭେମ୍ୱରରୁ ୨୨ ନଭେମ୍ୱର ପର୍ଯ୍ୟନ୍ତ ଆଦିବାସୀ ବହୁଳ ଜିଲ୍ଲା ସହ ସମସ୍ତ ଜିଲ୍ଲାରେ ଭବ୍ୟ ଭାବରେ ଏହି କାର୍ଯ୍ଯକ୍ରମ ଆୟୋଜନ କରାଯିବ । ଏସସି ଏସଟି ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଆୟୋଜିତ କାର୍ଯ୍ୟକ୍ରମରେ ଜନଜାତିମାନଙ୍କ ଗୌରବ, କଳା, ସଂସ୍କୃତି, ଜୀବନଯାପନ ସବୁ ପ୍ରଦର୍ଶନୀ ହେବ । ଏହା ସହ ୧୪ ନଭେମ୍ୱରରେ ରାଜ୍ୟର ଓ ଦେଶର ସମସ୍ତ ଜନଜାତି ଜନ ନାୟକମାନଙ୍କ ପ୍ରତିମୂର୍ତ୍ତି ସଫା ହେବ ଏବଂ ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ୱଳନ କାରାଯିବ । ୧୫ ତାରିଖରେ ୭ଟି ଜିଲ୍ଲାରେ ୧୩ଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ ସହ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ଜନଜାତି ସମ୍ପ୍ରଦାୟର ମହାନ ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ପ୍ରଦାନ କରାଯିବ । ସିଧୁ କାନ୍ହୁ, ଲକ୍ଷଣ ମୁଣ୍ଡାଙ୍କ ଭଳି ମହାନ ଜନଜାତି ନେତାଙ୍କ ସ୍ମୃତିକୁ ମଧ୍ୟ ସ୍ମରଣ କରାଯିବ । ସେମାନଙ୍କ ଜନ୍ମସ୍ଥାନ ଓ ଗାଁକୁ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହିତ ଯୋଡି ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ସମୟରେ ଆଦିବାସୀ ଅଞ୍ଚଳର ବିକାଶ, ଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇଁ ପଦକ୍ଷେପ ନିଆଯାଉଛି ।

Leave a Reply

Your email address will not be published. Required fields are marked *