OdiaInfo Loading

ନଭେମ୍ବର ୩୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩୦ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଜାରି କରାଯାଇଛି। ଷୋଡ଼ଶ ବିଧାନସଭାର ଅଷ୍ଟମ ଅଧିବେଶନ ଚାଲୁ ରହିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି।

ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ନିଜ ନିଜର ସମସ୍ୟା ଓ ଅଭିଯୋଗ ଜଣାଇଥାନ୍ତି। ବ୍ୟକ୍ତିଗତ ସମସ୍ୟାଠାରୁ ଆରମ୍ଭ କରି ସାଧାରଣ ଜନସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଇଥାନ୍ତି ଲୋକେ। ଏହାସହ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥାଏ।

ତେବେ ଆସନ୍ତା ସୋମବାର ନଭେମ୍ବର ୩୦ ତାରିଖରେ ବିଧାନସଭାର ଅଧିବେଶନ ଚାଲୁ ରହିବାକୁ ଥିବାରୁ ସେହିଦିନ ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ। ଫଳରେ ଅଭିଯୋଗ ଜଣାଇବାକୁ ଯୋଜନା କରିଥିବା ଜନସାଧାରଣଙ୍କୁ ସେହି ଅନୁଯାୟୀ ନିଜର କାର୍ଯ୍ୟକ୍ରମ ସ୍ଥିର କରିବାକୁ ପଡ଼ିବ।

ଏ ସମ୍ପର୍କରେ ରାଜ୍ୟ ସାଧାରଣ ଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଜନ ଅଭିଯୋଗ ଶୁଣାଣି ପୁଣି କେବେ ଆରମ୍ଭ ହେବ, ସେନେଇ ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ସୂଚନା ଦିଆଯିବ।

Leave a Reply

Your email address will not be published. Required fields are marked *