OdiaInfo Loading

ପାରା ତୀରନ୍ଦାଜ ପାୟଲ ନାଗଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲା କ୍ରୀଡ଼ା ଓ ଯୁବସେବା ବିଭାଗ

୫ମ ଏସୀୟ ପାରା ଗେମ୍ସ ୨୦୨୬ରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଓଡ଼ିଶାର ପାରା କ୍ରୀଡ଼ାବିତ୍‌ ପାୟଲ ନାଗଙ୍କୁ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କାର ଅର୍ଥପୁରସ୍କାର ପ୍ରଦାନ କରାଯାଇଛି।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର-ତଥା-ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଏବଂ ନିର୍ଦ୍ଦେଶକ ଡାକ୍ତର ୟେଦୁଲା ବିଜୟ ଉପସ୍ଥିତ ରହି ପାୟଲଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ସେମାନେ ଆଥଲେଟ୍‌ଙ୍କର ଦୃଢ଼ ସଂକଳ୍ପ, ସାହସ ଏବଂ ଅସାଧାରଣ ଯାତ୍ରାକୁ ପ୍ରଶଂସା କରିଥିଲେ।

ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ କହିଛନ୍ତି ଯେ, ୫ମ ଏସିଆନ୍ ପାରା ଗେମ୍ସ ୨୦୨୬ରେ ପାୟଲ ନାଗ ରୌପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ପାୟଲଙ୍କ ଏହି ସଫଳତା ଓଡ଼ିଶାର ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ପ୍ରଦାନ କରିଛି। ପାୟଲଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିବା ସହ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନିରନ୍ତର ଭାବେ କାର୍ଯ୍ୟ କରାଯାଉଛି ବୋଲି ସଚିବ ଭୂପେନ୍ଦ୍ର ସିଂହ ପୁନିଆ ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *