ଭୁବନେଶ୍ବର: ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏଥର ବାଲିଯାତ୍ରାରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏଥିସହିତ ୪୦୦ ଅଫିସର ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ପଡ଼ିଆରେ ୩୮ଟି ୱାଚ୍ ଟାୱାର ନିର୍ମାଣ ହେବ । ୧୪ଶହ ସିସିଟିଭି କ୍ୟାମେରା ଲାଗିବ। ଏଥିସହିତ ୧୦୦ AI କ୍ୟାମେରା ରହିବ । ରାଷ୍ଟ୍ରପତିଙ୍କ ରୁଟ୍ ରେ ବାରିକେଟିଂ କରାଯିବା ସହ ସାଦା ପୋଷାକରେ ପୋଲିସ ରହିବେ । ଏନେଇ କଟକ ଡିସିପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି । ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଜନସାଧାରଣଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି ।
ଖାଲି ସେତିକି ନୁହେଁ ଐତିହାସିକ ବାଲିଯାତ୍ରାର ଆକର୍ଷଣକୁ ଦ୍ୱିଗୁଣିତ କରିବ ସାଂସ୍କୃତିକ ସନ୍ଧ୍ୟା । ଚଳିତବର୍ଷ ବଲିଉଡ୍ର ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀ ପାପନ୍ ଓ ଅମିତ ମିଶ୍ରଙ୍କ ସଙ୍ଗୀତରେ ଝୁମିବ କଟକ । ଦ୍ୱିତୀୟ ସଂଧ୍ୟାରେ ବୈଷ୍ଣବ ପାଣି ମଞ୍ଚରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ସୁନ୍ଦର ନୃତ୍ୟ ପରିବେଷଣ କରିବାକୁ ପ୍ରଶାସନ ପକ୍ଷରୁ ଯୋଜନା ହୋଇଛି । ଏହାସହ ତୃତୀୟ ସଂଧ୍ୟାରେ ପାପନ୍ ଆସିବାକୁ ଥିଲାବେଳେ ଶେଷ ସଂଧ୍ୟାରେ ଅମିତ୍ ମିଶ୍ର ଓ ତାଙ୍କ ଟିମ୍ ଝୁମାଇବେ । ଏହାବାଦ୍ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସୁଫି ସଙ୍ଗୀତର ମାହୋଲ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ କଣ୍ଠଶିଳ୍ପୀଙ୍କୁ ଦ୍ୱାରା ଅକ୍ଷୟ ମହାନ୍ତି ନାଇଟ୍ ମଞ୍ଚସ୍ଥ ହେବ । ଏନେଇ ଏବେ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।
