OdiaInfo Loading

ମୁଁ ବହୁତ ଖୁସି,ଲୋକମାନେ କମ ସୁନା କିଣିଛନ୍ତି,’ ସୁନା ଦର କମିବା ପରେ ପ୍ରଧାନମନ୍ତ୍ରୀ ମୋଦି କ’ଣ କହିଲେ ଜାଣନ୍ତୁ

ଏବେ ପ୍ରାୟ ପ୍ରତିଦିନ ସୁନା ଓ ରୂପା ଦର ହ୍ରାସ ପାଉଛି। ଶନିବାର (ନଭେମ୍ବର ୨୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏାକୁ ନେଇ ସନ୍ତୋଷ ବ୍ୟକ୍ତ କରି କହିଲେ ଯେ, ଗତ ବର୍ଷ ତାଙ୍କ ଆହ୍ବାନ ପରେ ଲୋକମାନେ ସୁନା କିଣିବା କମାଇ ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ସୁନା ଦର ହ୍ରାସ ପାଇବାର କାରଣ ହେଉଛି ଏହା।
ଲକ୍ଷ୍ନୌସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ପଞ୍ଚମ ଜାତୀୟ ଦକ୍ଷତା ସମାବର୍ତ୍ତନ (National Skill Convocation) କାର୍ଯ୍ୟକ୍ରମରେ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଲେ ଯେ, ବର୍ତ୍ତମାନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଏକ ବିଷୟକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାରେ ଲୋକମାନେ ଉଲ୍ଲେଖ କରୁଛନ୍ତି ଯେ, ୨୦୨୩ ମସିହାରେ ସଂସଦରେ ମୋଦି ପରାମର୍ଶ ଦେଇଥିଲେ ଯେ, ଲୋକମାନେ ନିଜର ଅର୍ଥ ଭାରତ ସରକାରଙ୍କ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ (PSU) ଗୁଡ଼ିକ ଦ୍ୱାରା ଜାରି କରାଯାଇଥିବା ବଣରେ ନିବେଶ କରିବା ଉଚିତ।
ପ୍ରଧାନମନ୍ତ୍ରୀ ମୋଦି କହିଲେ ଯେ, ଏହା ଲୋକମାନଙ୍କୁ ବହୁତ ଅର୍ଥ ଉପାର୍ଜନ କରିବାରେ ସାହାଯ୍ୟ କରିବ। ସେତେବେଳେ ଲୋକମାନେ ମୋତେ ଉପହାସ କରିଥିଲେ, କିନ୍ତୁ ଆଜି ଇତିହାସ ସାକ୍ଷୀ ଅଛି ଯେ ଯେଉଁମାନେ ନିବେଶ କରିଥିଲେ, ସେମାନେ ପ୍ରଚୁର ଅର୍ଥ ଉପାର୍ଜନ କଲେ। ସୁନା ଦର ହ୍ରାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଗୋଟିଏ ବର୍ଷ ପୂର୍ବେ, ମୁଁ ମୋର ଦେଶବାସୀଙ୍କୁ ଅନୁରୋଧ କରିଥିଲି ଯେଯଦି ଆପଣଙ୍କର ତୁରନ୍ତ ଆବଶ୍ୟକତା ନାହିଁ, ତେବେ ଦୟାକରି ଗୋଟିଏ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରୁହନ୍ତୁ। ମୁଁ ଖୁସି ଯେ, ଲୋକମାନେ ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କ କଥାକୁ ଗ୍ରହଣ କଲେ ଏବଂ ସୁନା କିଣିବା କମାଇ ଦେଲେ, ଯାହା ଫଳରେ ସୁନା ଦର ହ୍ରାସ ପାଇଲା।’
ସେ ଆହୁରି ମଧ୍ୟ କହିଲେ, ‘ଆଜି ମୁଁ ଆପଣମାନଙ୍କୁ ଆଉ ଏକ କଥା କହିବାକୁ ଚାହେଁ। ଧ୍ୟାନ ଦେଇ ଶୁଣନ୍ତୁସମୟ ବଦଳୁଛି। ଆଗକୁ, କେବଳ କାଗଜର ପ୍ରମାଣପତ୍ର ଧରିଥିବା କିମ୍ବା ସୁଟ-ଟାଇ ପିନ୍ଧିଥିବା ଲୋକଙ୍କ ଅପେକ୍ଷା, ଦକ୍ଷ ବ୍ୟକ୍ତିଯେଉଁମାନଙ୍କ ପାଖରେ ପ୍ରକୃତ ପ୍ରତିଭା ଓ ପାରଦର୍ଶିତା ରହିଛିସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ; ସେମାନଙ୍କ ଚାହିଦା ବୃଦ୍ଧି ପାଇବ।’
ପ୍ରଧାନମନ୍ତ୍ରୀ ଆହୁରି କହିଲେ, ‘ମୁଁ ଖୁସି ଯେ, ଯେପରି ଥରେ ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଆହ୍ବାନ କ୍ରମେ ଲୋକମାନେ ଗୋଟିଏ ବେଳାର ଖାଦ୍ୟ ତ୍ୟାଗ କରିଥିଲେ, ଠିକ ସେହିପରି ଆମ ଦେଶବାସୀ ମୋ ଆହ୍ବାନକୁ ମଧ୍ୟ ଗ୍ରହଣ କରିଛନ୍ତି। ଆମ ଦେଶର ଚରିତ୍ର ହିଁ ଏପରି।’

Leave a Reply

Your email address will not be published. Required fields are marked *