OdiaInfo Loading

୩୪୭ କୋଟିରେ ତିଆରି ହେବ ୯ ମହଲାର ରାଜସ୍ୱ ଭବନ; ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଏକ ଅତ୍ୟାଧୁନିକ ୯ ମହଲା ବିଶିଷ୍ଟ ରାଜସ୍ୱ ଭବନ । ଏଥିପାଇଁ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ପ୍ରକଳ୍ପ ପାଇଁ ସମୁଦାୟ ୩୪୭.୮୬ କୋଟି ଟଙ୍କା ବ୍ୟୟ ହେବ । ନୂତନ ରାଜସ୍ୱ ଭବନରେ ବିଭାଗର ସମସ୍ତ ପ୍ରଶାସନିକ ବ୍ୟବସ୍ଥାକୁ ଗୋଟିଏ ଛାତ ତଳେ ରଖିବାକୁ ଯୋଜନା କରାଯାଇଛି ।

ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ କୋଠାରେ ୯ଟି ମହଲା ସହିତ ଦୁଇଟି ବେସମେଣ୍ଟ ଏବଂ ଗୋଟିଏ ଗ୍ରାଉଣ୍ଡ ଫ୍ଲୋର୍ ରହିବ । ଏଥିରେ ଆବଶ୍ୟକୀୟ ଅତ୍ୟାଧୁନିକ ଭିତ୍ତିଭୂମି ଓ ସୁବିଧାସୁଯୋଗ ଉପଲବ୍ଧ କରାଯିବ । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ରହିଥିବା ରାଜସ୍ୱ ବିଭାଗର ପ୍ରଶାସନିକ ବ୍ୟବସ୍ଥା ଗୋଟିଏ ସ୍ଥାନରେ ଉପଲବ୍ଧ ହେବା ଫଳରେ ସରକାରୀ କାର୍ଯ୍ୟରେ ସମନ୍ୱୟ ବୃଦ୍ଧି ପାଇବ । ଏଥିସହ ରାଜସ୍ୱ ବ୍ୟବସ୍ଥାର ସୁପରିଚାଳନା ଓ ରାଜସ୍ୱ ଆଦାୟ ପ୍ରକ୍ରିୟା ଅଧିକ ସହଜ, ସରଳ ଓ ସୁବ୍ୟବସ୍ଥିତ ହୋଇପାରିବ ।

Leave a Reply

Your email address will not be published. Required fields are marked *