OdiaInfo Loading

ମୋହନ ମାଝୀଙ୍କୁ ଶିବରାଜଙ୍କ ପ୍ରଶଂସା

ଓଡ଼ିଶାରେ ମହିଳା ସଶକ୍ତୀକରଣ ଓ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ। ଓଡ଼ିଶାରେ ୨୯ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଥିବା ରିପୋର୍ଟ ମିଳିଥିବା କହିବା ସହ ଏହାକୁ ରାଜ୍ୟ ସରକାରଙ୍କ ଏକ ବଡ଼ ସଫଳତା ବୋଲି ସେ ଅଭିହିତ କରିଛନ୍ତି।

ଶିବରାଜ କହିଛନ୍ତି ଯେ, ଓଡ଼ିଶାରେ ଲକ୍ଷପତି ଦିଦି ସୃଷ୍ଟି କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଫଳ ହୋଇଛନ୍ତି। ସେହିପରି ପିଏମ୍‌ ସୂର୍ଯ୍ୟଘର ଯୋଜନାକୁ ଓଡ଼ିଶାରେ ପହଞ୍ଚାଇବା କ୍ଷେତ୍ରରେ ମଧ୍ୟ ରାଜ୍ୟ ବଡ଼ ସଫଳତା ହାସଲ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ବଲାଙ୍ଗିର ଆସିବା ବାଟରେ ଏହି ଯୋଜନାର ପ୍ରଭାବକୁ ସେ ନିଜେ ଭଲ ଭାବେ ଦେଖିଥିବା ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ VB-G RAM ଯୋଜନା ଦ୍ୱାରା ବିକଶିତ ଭାରତର ସ୍ୱପ୍ନ ପୂରଣ ହେବା ଦିଗରେ ଦେଶ ଆଗକୁ ବଢ଼ିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଆଗକୁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ସରକାରଙ୍କ ଏହି ଯୋଜନା ଓ ସଫଳତାର ନିଶ୍ଚିତ ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ବୋଲି ଶିବରାଜ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *