OdiaInfo Loading

ଫ୍ୟାନ୍‌ଙ୍କ ପାଇଁ ବଡ଼ ଖୁସି ଖବର! IPL-୨୦୨୭ରେ ମୁମ୍ବାଇର କ୍ୟାପ୍ଟେନ୍‌ ହେବେ ରୋହିତ

ଶେଷ ହେଲା କ୍ରିକେଟ୍‌ ପ୍ରେମୀଙ୍କ ଅପେକ୍ଷା । ପୁଣି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେଲେ ରୋହିତ ଶର୍ମା । ଆଇପିଏଲ୍‌ ୨୦୨୭ ପାଇଁ ରୋହିତଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦେଇଛି ୫ ଥରର ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିଆନ୍ସ । ନଭେମ୍ବର ୨୭ ତାରିଖ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଫ୍ରାଞ୍ଚାଇଜ୍‌ ଏହି ବଡ଼ ଘୋଷଣା କରିଛି ।

ଏହାର ଠିକ୍‌ ୨୪ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୨୬ ତାରିଖ ସନ୍ଧ୍ୟା ୫ଟା ୪୫ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ‘୨୪ ଆୱାର୍ସ ଟୁ ଗୋ’ କାଉଣ୍ଟଡାଉନ୍‌ ଟିଜର୍‌ ସେୟାର କରାଯାଇଥିଲା । ଏହାପରଠାରୁ ରୋହିତଙ୍କୁ ପୁଣି ଅଧିନାୟକ କରାଯିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ୪୫ ନମ୍ବର ଜର୍ସି ଓ ୫ଟି ଟ୍ରଫିର ସଙ୍କେତକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିଲା । ଏବେ ଫ୍ରାଞ୍ଚାଇଜ୍‌ର ଘୋଷଣା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

ପାଞ୍ଚ ଥର ଆଇପିଏଲ୍‌ ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଆଗାମୀ ସିଜିନ୍‌ରେ ରୋହିତ ଶର୍ମା ନେତୃତ୍ୱ ଦେବେ । ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଟ୍ରେଡ୍‌ ହେବା ପରେ ମୁମ୍ବାଇ ନୂଆ ଅଧିନାୟକ ଖୋଜୁଥିଲା । ଶେଷରେ ଦଳ ନିଜର ସବୁଠାରୁ ସଫଳ ଅଧିନାୟକ ରୋହିତଙ୍କ ଉପରେ ପୁଣି ଭରସା କରିଛି । ଦଳ ସୋସିଆଲ ମିଡିଆରେ ରୋହିତଙ୍କ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛି । 

Leave a Reply

Your email address will not be published. Required fields are marked *